ରାଜନୀତି

ପଦ୍ମ ଧରିଲେ ଉମା ପଟ୍ଟନାୟକ
ପଦ୍ମ ଧରିଲେ ଉମା ପଟ୍ଟନାୟକ

ଜଟଣୀ, ୧୦/୧: ଜଟଣୀର ଜଣାଶୁଣା ସମାଜସେବୀ ଉମା ପଟ୍ଟନାୟକ ଆଜି ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ବିଜେପି ଦଳରେ ସାମିଲ ହୋଇଛନ୍ତି।

ଆଗାମୀ ଦିନରେ ନିଜ ଟିମ୍ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ରେ ବିଧିବଦ୍ଧ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ସେ ପୂର୍ବରୁ ବିଜେଡି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରହିଥିଲେ।

ବିଜେଡି ରେ ଯୋଗ ଦେଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର
ବିଜେଡି ରେ ଯୋଗ ଦେଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର
ପଦ୍ମ ଧରିଲେ ଜୟ ଢୋଲକିଆ
ପଦ୍ମ ଧରିଲେ ଜୟ ଢୋଲକିଆ
ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ
ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ

ଅପରାଧ

ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ
ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ

ଜଟଣୀ,୨୩/୮: ପରକୀୟା ପ୍ରୀତିରୁ ଜଟଣୀ ପୋଷ୍ଟ ଅଫିସ ଛକ ନିକଟରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଜୀବନ ବିକଳରେ ରାସ୍ତା ଉପରେ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶିଗଲେ ଯୁବକ । ଏଭଳି ଦୃଶ୍ୟ ଆଜି ଜଟଣୀରେ ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତା ଏବଂ ପରକ୍ରିୟା ପ୍ରୀତି କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଟଣୀ ବଛାରା ପାଟଣାର ଚନ୍ଦନ ନାୟକ । ଚନ୍ଦନଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି I ଚନ୍ଦନଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ  ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକକୁ ପୋଲିସ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର କୁ ଜବତ କରିଛି।

୧୦ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
୧୦ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ମାନସ ଦଳେଇ ହତ୍ୟା ମାମଲାରେ ଆଉ ଜଣେ ଗିରଫ
ମାନସ ଦଳେଇ ହତ୍ୟା ମାମଲାରେ ଆଉ ଜଣେ ଗିରଫ
ମାନସ ଦଳେଇ ହତ୍ୟା ଘଟଣାରେ ଜଣେ ଗିରଫ
ମାନସ ଦଳେଇ ହତ୍ୟା ଘଟଣାରେ ଜଣେ ଗିରଫ