Advertisement

ଜଟଣୀ,୭/୪: ଜଟଣୀ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମାନସ ଦଳେଇ ହତ୍ୟା ଘଟଣାରେ ଜଟଣୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀର ଅଭିରାମ ବାଘସିଂହ ଓରଫ ଅଭି ବୋଲି ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଟଣୀ ବଡ଼ ନୂଆଗାଁ ଅଞ୍ଚଳର ରାକେଶ ଦଳେଇ ଓରଫ ମାନସଙ୍କୁ ଘରୁ ଡାକି ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏନେଇ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଜଟଣୀ ପୋଲିସ ଘଟଣାର ତଦନ୍ତ କରିବା ସହ ଭୁବନେଶ୍ୱର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ନମୁନା ସହ ଅନ୍ୟାନ୍ୟ ନମୁନାକୁ ସଂଗ୍ରହ କରିଥିଲେ। ଅଭିଯୁକ୍ତ ମାନଙ୍କୁ ଧରିବାକୁ ୩ଟି ଟିମ ଗଠନ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *