Advertisement

ଖୋର୍ଦ୍ଧା,୬/୪: ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ବ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ, ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇଥିଲେ। ଓଡ଼ିଶାକୁ ରାମରାଜ୍ୟ କରିବା ସହ ଆଗାମୀ ୨୫ ବର୍ଷ ଓଡ଼ିଶାରେ ବିଜେପି ଶାସନ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ରଣବିଜୁଳୀ,  ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ରଶ୍ମୀ ମହାପାତ୍ର, ଅଜୟ ମିଶ୍ର, ଡାକ୍ତର ବେହେରା, ରଶ୍ମୀମୟୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *