Advertisement

ବ୍ୟୁରୋ: ଲୁକାୟିତ ଲୋକକଳା ଓ ବିଲୁପ୍ତ ହେଇଯାଉଥିବା ଲୋକ କଳାକୁ ଉଦ୍ଧାର କରିବା ଲକ୍ଷ୍ୟରେ ଗଠନ ହୋଇଛି ଜଟଣୀ ବ୍ଲକ କଳା ସଂସ୍କୃତି ସଂଘ। ୯୧ଟି ମଣ୍ଡଳିକୁ ନେଇ ଏହି ସଂଘ ଗଠନ କରାଯାଇଛି। ପାଲା, ସଂକୀର୍ତ୍ତନ, ପଟା ଆଖଡା, ନଦିଆ କୀର୍ତ୍ତନ ଓ ଭଜନ ପରିବେଷଣ କରୁଥିବା କଳାକାର ମାନେ ବର୍ତ୍ତମାନ ଏହି ସଂଘରେ ସଭ୍ୟ ରହିଛନ୍ତି।  ଜଟଣୀ ବ୍ଲକ ବିଡ଼ିଓ ସରୋଜ କୁମାର ରାଉତ ଏହି ସଂଘର ସଭାପତି ରହିଥିବା ବେଳେ ଦୁର୍ଗା ଚରଣ ମାର୍ଥା ଉପ ସଭାପତି, ସାମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ସାମଲ ସମ୍ପାଦକ ରହିଛନ୍ତି।ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରୋଦ କୁମାର ସାମଲ, ତ୍ରିଲୋଚନ ମହାରଣା, ରମେଶ ଚନ୍ଦ୍ର ମାର୍ଥା, ଲିଙ୍ଗରାଜ ଜେନା, ଅମରେନ୍ଦ୍ର ପଟ୍ଟନାୟକ, ଉମାକାନ୍ତ ମହାରଣା, ସୁକାନ୍ତ କୁମାର ପ୍ରଧାନ, ମାନସ ରଞ୍ଜନ ଲେଙ୍କା ସଂଘର ସଭ୍ୟ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *