Advertisement

ବ୍ୟୁରୋ:  ଆଜିଠୁ ଉତ୍ତର ପ୍ରଦେଶର ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଅନୁଷ୍ଠିତ ହେଉଛି ମହାକୁମ୍ଭ।  ଏହି ମହାକୁମ୍ଭ ୧୪୪ ବର୍ଷର କାଳଖଣ୍ଡ ପରେ ପଡିଛି। ମହାକୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରୟାଗରାଜରେ ଭବ୍ୟ ଆୟୋଜନ କରାଯାଇଛି।

ଏହି ମହାକୁମ୍ଭରେ ଯୋଗଦେବା ପାଇଁ ଦେଶବିଦେଶରୁ କୋଟିକୋଟି ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟାଗରାଜରେ ଗହଳି ଲାଗିଛି। ପ୍ରତି ୧୨ ବର୍ଷରେ କୁମ୍ଭ ପଡୁଥିବା ବେଳେ ପ୍ରତି ୧୪୪ ବର୍ଷରେ ଥରେ ମହାକୁମ୍ଭ ପଡିଥାଏ। ଆଜି ଠାରୁ ମହାକୁମ୍ଭ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ସାହି ସ୍ନାନ, ୨୯ରେ ମୌନୀ ଅମାବାସ୍ୟା ଏବଂ ବସନ୍ତ ପଞ୍ଚମୀ ତିଥିରେ ସ୍ନାନର ମହତ୍ତ୍ବ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଥେଷ୍ଟ ରହିଛି। ଏହି ମହାକୁମ୍ଭ ରେ ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *