Advertisement

ଜଟଣୀ,୧୧/୪: ଜଟଣୀ ବଡ଼ ନୂଆଗାଁ ମାନସ ଦଳେଇ ହତ୍ୟା ମାମଲାରେ ପୋଲିସ ଜଟଣୀ ଉପରବସ୍ତ ( ମୁଣ୍ଡଳି ସାହି) ର ସ୍ବପ୍ନେଶ୍ୱର ବଳିୟାରସିଂ ଓରଫ ସପନା କୁ ଗିରଫ କରିଥିବା ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜଟଣୀ ପୋଲିସ ଏହି ହତ୍ୟା ଘଟଣାରେ ଅଭିରାମ ବାଘସିଂହ ଓରଫ ଅଭି କୁ ଗିରଫ କରି କୌର୍ଟ ଚାଲାଣ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ସଂଖ୍ୟା ଦୁଇ ରେ ପହଞ୍ଚିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ମାନଙ୍କୁ ଜଲଦି ଧରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଟଣୀ ବଡ଼ ନୂଆଗାଁ ଅଞ୍ଚଳର ରାକେଶ ଦଳେଇ ଓରଫ ମାନସଙ୍କୁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ମେଡ଼ିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଟଣୀ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ୩ଟି ଟିମ ଗଠନ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *