Advertisement

ଟାଙ୍ଗୀ,୯/୧:  ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟନ ପରେ ଚିଲିକାରେ ହୋଇଥିବା ବୋଟ ରେସ୍ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବଡ଼କୁଳ ପାନ୍ଥନିବାସ ଚିଲିକା କୂଳରେ ଅନୁଷ୍ଠିତ ହୋଇଥିଲା ବୋଟ ରେସ୍ କାର୍ଯ୍ୟକ୍ରମ ।

ଖୋର୍ଦ୍ଧା , ଗଞ୍ଜାମ ଓ ପୁରୀ ଜିଲ୍ଲାର 81 ଟି ଟିମ୍ ( ମତ୍ସ୍ୟଜୀବୀ ମାନେ ) 81 ଟି ଡ଼ଙ୍ଗାରେ ପ୍ରତି ଡ଼ଙ୍ଗାରେ 8/10 ଜଣ ସାମିଲ ହୋଇଥିଲେ । ପ୍ରତି 9 ଟି ଟିମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଚିଲିକାର ଅକାତ-କାତ ଜଳରାଶି ରେ ମତ୍ସ୍ୟଜୀବୀମାନେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଟିମ୍ ଗୁଡିକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରସ୍କୃତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଟିମ୍ ପାଣିଦୁଆର ଓ ଜରିପଡା ଟିମ୍ ପ୍ରଥମ ସ୍ଥାନ ହାସଲ କରି ଚମ୍ପିୟାନ ହୋଇଥିବା ବେଳେ ମା’ ଡୋମୋଣି ଦେବୀ ୨ ନମ୍ବର ସୋରଣ ଟିମ୍ ଦ୍ୱିତୀୟ ସ୍ଥାନ ଏବଂ ପୁରୀ ଜିଲ୍ଳାର ମା’ ବିନ୍ଧ୍ୟଗିରି ଟିମ୍ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚମ୍ପିୟାନ ଟିମ୍ କୁ ୭୫ ହଜାର ଟଙ୍କା, ଗୋଲଡ୍ ମେଡାଲ ସହ ଟ୍ରଫି । ରନର୍ସଅପ ଟିମ୍ କୁ ୫୦ ହଜାର ଟଙ୍କା ସହ ସିଲଭର ମେଡାଲ ଓ ଟ୍ରଫି ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଟିମ୍ କୁ ୨୫ ହଜାର ଟଙ୍କା ସମେତ ବ୍ରୋଞ୍ଜ ମେଡାଲ ଓ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଅବସରରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସ୍ୱାଇଁ, ଚିଲିକା ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ଶ୍ରୀ ଅମ୍ଳାନ ନାୟକ, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସମ୍ବିତ ଗଡ଼ନାୟକ, ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀ ପି.କେ. ଦାସ, ଚିଲିକା ବ୍ଲକ୍‌ର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକର ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ ଏବଂ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘର ସମ୍ପାଦକ ଶ୍ରୀ ବିପିନ ଦାସ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *