ଜଟଣୀ,୧୦/୦୮: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ‘ତିରଙ୍ଗା ରାଲି’ ଆୟୋଜନ କରାଯାଇଥିଲା । ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ବେଛାସେବୀମାନେ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ତ୍ରିରଙ୍ଗା ରାଲି ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍, ଡିଆରଏମ୍ ଭବନ, ସମୀପବର୍ତ୍ତୀ ରେଳବାଇ କଲୋନି ଏବଂ ସିତାରାମ ଛକ ଅଞ୍ଚଳ ମାର୍ଗଦେଇ ଯାତ୍ରା କରିଥିବାବେଳେ ସାଧାରଣ ଲୋକମାନଙ୍କୁ ଦେଶପ୍ରେମର ସଚେତନତା କରିଥିଲା । ଅଂଶଗ୍ରହୀମାନେ ଜାତୀୟ ପତାକା ହାତରେ ଧରି, ଦେଶଭକ୍ତିମୂଳକ ସ୍ଲୋଗାନ୍ ଦେଇ, ଆଗାମୀ ସ୍ୱାଧୀନତା ଦିବସ ପାଇଁ ଏକତା ଓ ଗୌରବର ସନ୍ଦେଶ ପ୍ରସାର କରିଥିଲେ ।