୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ନୂଆଁଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ୨୯ ତାରିଖ ଶୁକ୍ରବାର କୁ ଛୁଟି ଘୋଷଣା କରିଛନ୍ତି । ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତା ସହିତ ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏହା ସହ ଆସନ୍ତା ତା ୧୩.୦୯.୨୦୨୫ ରିଖ (ଦ୍ଵିତୀୟ ଶନିବାର)କୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରିଛନ୍ତି।
