ଜଟଣୀ,୮/୯: ପ୍ରତି ବର୍ଷ ପରି ସାଧନା ଆର୍ଟ୍ ଆଣ୍ଡ କଲଚର୍, ତରଫରୁ ଭୁବନେଶ୍ୱର ପୋଖରୀପୁଟ ଠାରେ ” ଗୁରୁ ଦିଵସ ” ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ଓଡିଶୀ ସଙ୍ଗୀତ ଗୁରୁ ସୁଧାଂଶୁ କୁମାର ବିଶ୍ବାଳ, ଚାରୁକଳା ବିଭାଗର ଗୁରୁ ସୁଦର୍ଶନ ସାହୁ , ଓଡିଶୀ ନୃତ୍ୟ ବିଭାଗର ଗୁରୁ ରୋଜି ସ୍ଵାଇଁ, ତବଲା ବିଭାଗ ( ବାଦ୍ୟ ଯନ୍ତ୍ର)ର ଗୁରୁ ରାକେଶ ଜେନା , ମଡର୍ଣ୍ଣ ନୃତ୍ୟ ଗୁରୁ ମାଷ୍ଟର ଗୋବିନ୍ଦା, ମର୍ଦଳ ବିଭାଗର ଗୁରୁ ସୀତାକାନ୍ତ ଜେନା ,ଅନୁଷ୍ଠାନର ଅଭିଭାବକ, ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତା ମାନେ ଗୁରୁ ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ରୀତିରେ ଗୁରୁଙ୍କୁ ସିନ୍ଦୁର ପୁଷ୍ପ ଦେଇ ଗୁରୁ ପୂଜନ କରିଥିଲେ। ଅନୁଷ୍ଠାନର ସଙ୍ଗୀତ ବିଭାଗର ଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିଥିଲେ । ଗୁରୁ ଶିଷ୍ୟର ସମ୍ପର୍କ ଓ ଗୁରୁ ଦିବସର ମହତ୍ତ୍ଵ ବିଷୟରେ ଗୁରୁମାନେ ଶିଷ୍ୟ ମାନଙ୍କୁ କହିଥିଲେ।

ଛାତ୍ରୀ ତନୁଶ୍ରୀ ନାୟକ, ଅଲିଭା ଅପରାଜିତା, ଇତିଶ୍ରୀ , ସସ୍ମିତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶେଷରେ ଅନୁଷ୍ଠାନର ସମ୍ପାଦିକା ଶାଳିନୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।