ଖୋର୍ଦ୍ଧା, ୧୬/୧୧: ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜାତୀୟ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ “ଟାଙ୍ଗୀ ସାମ୍ବାଦିକ ସଂଘ” ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ, ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ବରିଷ୍ଠ ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ ଓ ଟାଙ୍ଗୀ ସାମ୍ବାଦିକ ସଂଘର ଉପଦେଷ୍ଟା ଭାଗିରଥୀ ଛୋଟରାୟ ଅତିଥିଭାବେ ଯୋଗ ଦେଇଥିଲେ । ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ରଣା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂପାଦକ ସନ୍ତୋଷ ଚୈ।ଧୁରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସହ-ସମ୍ପାଦକ କାହ୍ନୁ ଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜଣେ ସାମ୍ବାଦିକ କିଭଳି ସଂଘର୍ଷମୟ ଜୀବନଯାପନ କରିଥାଏ ତାହା ବର୍ଣ୍ଣନା କରିବା କଷ୍ଟକର ଏବଂ ଗଣତନ୍ତ୍ର କୁ ରକ୍ଷା କରିବା ପାଇଁ ସାମ୍ବାଦିକ ମାନଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଟାଙ୍ଗୀ ସାମ୍ବାଦିକ ସଂଘର ମହେଶ ନାୟକ , ରମେଶ ଚନ୍ଦ୍ର ନାଇଡୁ , ବିଜୟ କୁମାର ବାହୁବଳେନ୍ଦ୍ର , ଦେବେଶ ପରିଡ଼ା , ସଂଗ୍ରାମ କେଶରୀ ପଟ୍ଟନାୟକ , ଅଶ୍ୱିନୀ ପରିଡ଼ା , ଉମାକାନ୍ତ ରଣସିଂହଙ୍କ ସମେତ ସମସ୍ତ ସାମ୍ବାଦିକ ଏବଂ ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
