ଜଟଣୀ, ୨୩/୩: ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ ଅଧିନ ଜାମୁକୋଳି ଲବଣଗିରି ମହିମା ଆଶ୍ରମରେ ୪୦ତମ ବାର୍ଷିକ ମହୋତ୍ସବ ଓ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଲବଣଗିରି ଆଶ୍ରମର ମଠାଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନ ତଥା ପୂଜ୍ୟ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ଗାଦିର ଶହ ଶହ ସାଧୁ ଯୋଗ ଦେଇଥିଲେ ।

ସନାତନ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ । ସାଧୁ ଅନାମ ଚରଣ ଦାସ ଦୀର୍ଘ ୪୦ବର୍ଷ ଧରି ଲବଣଗିରି ମହିମା ଆଶ୍ରମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି । ଜଟଣୀ ଆଖପାଖ ଅଞ୍ଚଳରୁ, ବିଭିନ୍ନ ଜିଲ୍ଲାରୁ ବହୁ ଭକ୍ତ ଉତ୍ସବରେ ଯୋଗଦେଇଥିଲେ।

ଯୋରନ୍ଦା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଆଶ୍ରି ଵଚନ ପ୍ରଦାନ କରିଥିଲେ। ସୋମବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ, ସଂକୀର୍ତ୍ତନ, ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ବ୍ରହ୍ମ ମୁହୂର୍ତ୍ତରେ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।
