ଭୁବନେଶ୍ଵର,୩/୪: ଭୁବନେଶ୍ଵରରେ ଖୋଲିଲା ତୃପ୍ତି ଗ୍ରୁପ୍ର ଏକ ନୂତନ ଟୋୟଟା କାର ଡିଲରସିପ୍ “ ତୃପ୍ତି ଟୋୟଟା”।ଏହି ସୋ ରୁମ୍ ଭୁବନେଶ୍ଵର ୟୁନିଟ୍-୬ସ୍ଥିତ (ଏୟାରପୋର୍ଟଛକ ନିକଟରେ) ରହିଥିବା ବେଳେ ୱର୍କ ସପ୍ ଖଣ୍ଡଗିରି ଛକ ସ୍ଥିତ ଡୁମୁଡୁମାଠାରେ ରହିଛି । ଉଦଘାଟନ ଉତ୍ସବରେ ବିଏମ୍ସି ମେୟର ସୁଲୋଚନା ଦାଶ, ଟୋୟାଟୋ କିର୍ଲୋସ୍କରର ବରିଷ୍ଠ ଅଧିକାରୀ ସଚିନ୍ ଶର୍ମା (ଭାଇସ୍ ପ୍ରେସିଡେଣ୍ଟ), ବିଜୟ କୁମାର (ମହାପ୍ରବନ୍ଧକ-ପୂର୍ବ), ଅନିମେଶ ନାଗ (ପ୍ରବନ୍ଧକ–ଓଡିଶା ଏବଂ ବଙ୍ଗ), ଦୀପ ପଣ୍ଡା (ଏଫ୍ଏସ୍ଏମ୍) ପ୍ରମୁଖ ଯୋଗଦେଇଥିଲେ । ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ମହାନ୍ତି ଏବଂ ଡିଲର ପ୍ରିନ୍ସିପାଲ ଅଙ୍କିତ ମହାନ୍ତି ତାଙ୍କ ଅଭିଭାଷଣରେ ଗ୍ରାହକ ସେବା ଓ ଭବିଷ୍ୟତ ବ୍ୟବସାୟ ବିସ୍ତାର ଉପରେ ଧ୍ୟାନ ଦେବାକୁ ଗୁରୁତ୍ବାରୋପ କରିଥିଲେ। ଆଗକୁ ଭୁବନେଶ୍ଵରର ଯାଆଁଳା ଠାରେ ନୂତନ ସୋରୁମ୍ ଓ ସର୍ଭିସ୍ ସେଣ୍ଟର ଖୋଲିବାର ଯୋଜନା ରହିଥିବା କହିଥିଲେ। ଏଠାରେ ଗ୍ଲାଞ୍ଜା, ଟାଇସର, ରୁମିୟନ୍, ହାରିଡର, କାଏଷ୍ଟା, ହାଇକ୍ରସ୍, ଫର୍ଟୁନର, କାମି, ହାଇଲକ୍ସ, ଭେଲଫାୟାର ଏବଂ ଲ୍ୟାଣ୍ଡ କୁଇସର ଆଦି ଗାଡି ପ୍ରଦର୍ଶିତ ହୋଇଥୁଲା ଯାହା ଗ୍ରାହକମାନଙ୍କୁ ଅଧିକ ଆକୃଷ୍ଟ କରିଥିଲା ।
