ଜଟଣୀ,୨୭/୧୨: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ବରର ସ୍କୁଲ ଅଫ୍ ହ୍ୟୁମାନିଟିର୍, ସୋସିଆଲ ସାଇନ୍ସେସ୍ ଏବଂ ମ୍ୟାନେଜମେଣ୍ଟ (ଏସଏଚଏସଏସଏମ), ଭକ୍ତିବେଦାନ୍ତ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ବରର ଫାଉଣ୍ଡେସନ୍ ଅଫ୍ ସାଇନ୍ସ ଆଣ୍ଡ କନସିଅସ ସେଣ୍ଟରର ସହଯୋଗରେ ଆଜି ଆନ୍ତର୍ଜାତୀୟ ଚିନ୍ତା ଧାରା, ଧାରଣା ଏବଂ ବାସ୍ତବତା ସମ୍ମିଳନୀ (ଆଇସିଟିପିଆର ୨୦୨୫) ଆରମ୍ଭ ହୋଇଯାଇଛି। ଉଦଘାଟନୀ  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ନାନୋ ମାଟେରିଆଲ୍ସର ଏମିରେଟସ୍ ପ୍ରଫେସର ଆଣ୍ଠୁ ବ୍ରିଗସ୍, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ପୂର୍ବତନ ଅଧ୍ୟକ୍ଷ, ଏମ୍ସ ଦିଲ୍ଲୀ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଏବଂ ଉକ୍ତିବେଦାନ୍ତ ପ୍ରତିଷ୍ଠା ନର ସଭାପତି ଶ୍ରୀ ବାସୁଦେବ ରାଓ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଫେସର ଶ୍ରୀପଦ କରମଲକର ଆଇଆଇଟି ଭୁବନେଶ୍ବରର ଅନନ୍ୟ କ୍ୟାମ୍ପସ୍ ଇକୋସିଷ୍ଟମ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ପ୍ରଖ୍ୟାତ ବିଦ୍ୱାନ, ଶିକ୍ଷାବିତ୍ ଏବଂ ଚିନ୍ତା ନାୟକ ମାନଙ୍କୁ ଏକତ୍ରିତ କରି ଚିନ୍ତା ଧାରା, ଅନୁଭବ ଏବଂ ବାସ୍ତବତାର ପ୍ରକୃତି, ଦର୍ଶନ, ମନସ୍ତତ୍ତ୍ୱ, ବିଜ୍ଞାନ, ଚେତନା ଅଧୟନ ଏବଂ ମାନବିକତା ଉପରେ  ଆଲୋଚନା ହୋଇଥିଲା। ଆଇଆଇଟି ଭୁବନେଶ୍ବରର ସହକାରୀ ପ୍ରଫେସର ଡକ୍ଟର ଶ୍ରୀତମା ମିଶ୍ର (ଦର୍ଶନ) ଏବଂ ଡକ୍ଟର ଅପର୍ଣା ପାଣ୍ଡେୟ (ମନୋବିଜ୍ଞାନ) ଏବଂ ଭକ୍ତିବେଦାନ୍ତ ପ୍ରତିଷ୍ଠାନ ଭୁବନେଶ୍ବରର ନିର୍ଦ୍ଦେଶକ ଜିତୁନ ଧନ ଆବାହକ ଭାବରେ ଆବାହନ କରିଥିଲେI ଉଦଘାଟନୀ ସମାରୋହରେ ଆଇସିଟିପିଆର ୨୦୨୫ ପାଇଁ ଆବଷ୍ଟ୍ରାକ୍ଟ ପୁସ୍ତକ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଥିଲା।

Leave a Reply

Your email address will not be published. Required fields are marked *