ଜଟଣୀ, 23/5: ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥତ ଦି ହଗସ୍ ଗାର୍ଡନ ପ୍ରେକ୍ଷାଳୟରେ ରବିବାର ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ମଞ୍ଚ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦୀର୍ଘ ୩୩ ବର୍ଷ ଧରି ଅନୁଷ୍ଠାନ ବହୁ କଳାକାର ତିଆରି କରିଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିଭାବେ ଅଧିବକ୍ତା ଦାତାରାମ ଅଶୋକ କୁମାର ମଙ୍ଗରାଜ, ରବି ରାୟ, ପ୍ରସାନ୍ତ ମହାନ୍ତି, ବାମଦେବ ପ୍ରଧାନ ଓ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ବିକାଶ ଶୁକ୍ଳା ଯୋଗ ଦେଇଥିଲେ । ବର୍ଷିୟାନ କଳାକାର ମହେନ୍ଦ୍ର ପରିଡା ଓ ମହେନ୍ଦ୍ର ପଟ୍ଟନାୟଙ୍କୁ ପ୍ରସଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଗଣମାଧ୍ୟମ ପ୍ରତିନିଧି ବୁଲା ବାରିକ, ସୁରେଶ କୁମାର ପ୍ରଧାନ, ମାନସ କୁମାର ଦାଶ ଓ ପରମାନନ୍ଦ ସାମନ୍ତସିଂହାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅମେନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ ।