ଜଟଣୀ, ୦୭/୧୨ : ଜଟଣୀ ଟାଉନହଲ (ସ୍ରଷ୍ଟା) ପରିସରରେ ଆଜିଠୁ ଆରମ୍ଭ ହେଲା ତ୍ରୟୋବିଂଶତିତମ ଜଟଣୀ ପୁସ୍ତକ ମେଳା । ପୁସ୍ତକ ମେଳା କମିଟିର  କାର୍ଯ୍ୟକାରୀ ସଭାପତି ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ, ଉଦଘାଟକ ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଅନୁଷ୍ଠାନିକ ଭାବେ ପୁସ୍ତକ ମେଳା କୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସୃତି ବିଶ୍ୱବିଦ୍ୟାଳୟ କୁଳପତି ଡ଼ ପ୍ରସନ୍ନ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଆମରିସତ୍ୟ ର ପ୍ରତିଷ୍ଠାତା ପ୍ରମୋଦ କୁମାର ଦାଶ ଯୋଗଦେଇଥିଲେ । ଏହି ଅବସରରେ ହୃଦରୋଗ ବିଶେଷଜ୍ଞ ଡ଼ଃ ରିତେଶ ଆଚାର୍ଯ୍ୟ ଙ୍କୁ ଜଟଣୀ ପୁସ୍ତକମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବାର୍ଷିକ ବିବରଣୀ ଶଶୀ ରଥ ପଠନ କରିଥିଲେ । ଅନୁଷ୍ଠାନର ସଭ୍ୟ ସୁଶାନ୍ତ ରାଉତ, ଶୁଶାନ୍ତ କୁମାର ସୁବୁଦ୍ଧି, କ୍ଷୀରୋଦ କୁମାର ନନ୍ଦ, ସୁକାନ୍ତି ମହାପାତ୍ର, ଆଦିନାରାୟଣ ଖଣ୍ଡୁଆଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଡ ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *