ଜଟଣୀ, ୨୩/୧୨: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ତରଫରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ୧୦୦ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ବାବୁ ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ପୌର ପରିଷଦ ଚେୟାରମ୍ୟାନ ଅନନ୍ତ ବେହେରା, ବରିଷ୍ଠ ଅଧିବକ୍ତା ବୀରେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ ଓ ଆଇନ ପରାମର୍ଶ ଦାତା ବିଜୟ ମହାପାତ୍ର ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ପ୍ରଦୀପ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବବୀନ୍ଦ୍ର ଜେନା, ସଂଗଠନ ସମ୍ପାଦକ ସୌମେନ୍ଦ୍ର ମିଶ୍ର, ମିଡ଼ିଆ ସଂଯୋଜକ ରାଜୀବ ମହାନ୍ତି, ଉପଦେଷ୍ଟା ଜ୍ଞାନ ଭୂଷଣ ସାହୁ, ତନୁଜା ଗୁପ୍ତା, ନିରଞ୍ଜନ ମହାପାତ୍ର, ସଞ୍ଜୟ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
