ଜଟଣୀ, ୨୦/୩ : ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟଳୟ ସହଯୋଗରେ ଜଟଣୀ ବ୍ଲକ ସ୍ତରୀୟ ମହିଳାମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜଟଣୀ ଟାଉନ ହଲ(ସ୍ରଷ୍ଟା) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଜରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମହିଳା ଆୟୋଗ ସଭ୍ୟା ଉର୍ମିଳା ମହାପାତ୍ର , ସମ୍ମାନିତ ଅତିଥିଭାବେ ନଗରପାଳ ଅନନ୍ତ ବେହେରା, ଜଟଣୀ ତହସିଲଦାର ଶିବାଶିଷ ପରିଡା, ଆଇନୀଜୀବୀ ସଞ୍ଜୟ ମହାପାତ୍ର, ବିଡ଼ିଓ ବସନ୍ତ ହାତୀ, ଜଟଣୀ ପୌରକାର୍ଯ୍ୟନିବାହୀ ଅଧିକାରୀ ଆକୃତି ଗୋଏଙ୍କା, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ବିଶ୍ୱରଂଜନ ବଡ଼ଜେନା ଯୋଗଦେଇଥିଲେ।

ନାରୀମାନଙ୍କ ପଦମର୍ଯ୍ୟାଦା ବୃଦ୍ଧି, ଆର୍ଥିକ ସ୍ଥିତି ମଜବୁତ କରିବା ସହ ସମାଜରେ ନାରୀମାନେ କିପରି ସ୍ୱାବଲମ୍ଭି ହୋଇପାରିବେ ସେ ବିଷୟରେ ସାଂସଦ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତୀ ମହାପାତ୍ର ମହିଳାଙ୍କ ପାଇଁ ମହିଳା ଆୟୋଗର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଜଟଣୀ ସିଡିପିଓ ସଞ୍ଜୁଲତା ନାୟକ କହିଥିଲେ ମହିଳାମାନେ ସମାଜର ମୂଳଦୁଆ ଏବଂ ସେମାନେ ସମାଜକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପିଓ ଖୋର୍ଦ୍ଧା ସୌଦାମିନୀ ଦାସ କରିଥିବାବେଳେ ସୁପରଭାଇଜର ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ।

ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ଏସଏଚଜି ଗ୍ରୁପର ମହିଳାଙ୍କ ସହ ଅଙ୍ଗନବାଡି କର୍ମୀ ଓ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *