ଜଟଣୀ, ୧୦/୧୦: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସ କିପରି ଲୋକମାନଙ୍କ ସେବା କରୁଥିଲେ ସେହି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଗୋପବନ୍ଧୁ ଦାସଙ୍କ ପରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ବିଷ୍ଣୁ ମନ୍ଦିର ପରିସର ସଫେଇ କରି ସେବା ଦିବସ ପାଳନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗୁରୁଜୀ ଗୁରୁମା ଏହି ସେବା କାର୍ଯ୍ୟ ରେ ସହଯୋଗ କରିଥିଲେ।