ନବରାତ୍ରୀ ର ଦ୍ଵିତୀୟ ଦିବସରେ ମା’ ବ୍ରହ୍ମଚାରିଣୀ ଙ୍କୁ ପୂଜା କରାଯାଇଥାଏ। ଆନନ୍ଦମୟୀ ଦେବୀ ମା’ ବ୍ରହ୍ମଚାରିଣୀ ଶୁକ୍ଳ ବସ୍ତ୍ର ପରିହିତା । ସହାସ୍ୟ ଵଦନୀ, ମସ୍ତକରେ ମୁକୁଟ , ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ , ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାଵ । ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ । ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ । ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ । ଦେଵତା ଗଣ ଏକତ୍ରିତ ହୋଇଥାନ୍ତି । ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ । ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ । ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ? ତାଙ୍କୁ ଜ୍ୟୋତି କହିଲେ ଆପଣ କିଏ କୁହନ୍ତୁତ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ଅଛି l ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଛ ଦେଇ ଦଗ୍ଧ କରିବା ପାଇଁ ବୋଲନ୍ତେ ଅଗ୍ନି ତାହା କରି ନପାରି ଲଜ୍ଜିତ ହେଲେ । ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣ କଲେ ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ । ବାୟୁ ତାହା କରି ନପାରି ଲଜ୍ଜିତ ହେଲେ । ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ । ମାତ୍ର ଜ୍ୟୋତି କେଉଁ ଆଡେ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରୀଣି ରୂପରେ ଆବିର୍ଭୁତା ହେଲେ । ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ । ଦେବୀଙ୍କର ଗ୍ରହ ମଙ୍ଗଳ,ମନ୍ତ୍ର, ଓଁ ଦେବୀ ବ୍ରହ୍ମଚାରିଣ୍ୟେ ନମଃ ।