ଜଟଣୀ,୨୩/୩: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପିଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଷଷ୍ଠୀ ତିଥି ସନ୍ଧ୍ୟାରେ ମା’ କାତ୍ୟାୟନୀ ବେଶରେ ଦର୍ଶନ ଦେଇଥିଲେ । ଆଜି ମା’ ଚତୁର୍ଭୁଜା , ସିଂଘ ବାହିନୀ, ବାମ ଉପରହସ୍ତ ପଦ୍ମ, ତଳ ହସ୍ତେ ଖଡ୍ଗ , ଦକ୍ଷିଣ ହସ୍ତ ଉପର ଅଭୟ ମୁଦ୍ରା , ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ବେଶ ବେଶ ଆକର୍ଷଣୀୟ ହୋଇଥିଲା ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୀଠରେ ଚାଲିଥିଲା । ଆସନ୍ତାକାଲି ମା’ କାଳ ରାତ୍ରି ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । ଚିତ୍ରକର ବିଜୟ କୁମାର ପଣ୍ଡା ପ୍ରତ୍ୟେକ ଦିନ ମା’ ଙ୍କୁ ବେଶ କରୁଛନ୍ତି। କର୍ତ୍ତା ହରେକୃଷ୍ଣ ମଙ୍ଗରାଜ, ବିଜୟ କୁମାର ରାଜା, ସମ୍ପାଦକ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ପବିତ୍ର ମୋହନ ରଣସିଂହ , ନିତ୍ୟ ସେବକ ସୁନୀଲ ମହାନ୍ତି , ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର, ବିବେକ ଦଳେଇ, ଚର୍ଚ୍ଚିଲ ଦାସ, ପୂର୍ଣଚନ୍ଦ୍ର ସାହାଣୀ , ଶଶିକାନ୍ତ ମହାପାତ୍ର, ରାଜକିଶୋର ରଣସିଂହ , ଭାଗିରଥି ପ୍ରଧାନ , ସଚ୍ଚିଦାନନ୍ଦ କାଳିଆ ଦାସ , ସଂଜୀବ ଜେନା , ବିନୋଦ ଦାସ , ଗଣେଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
