ବ୍ୟୁରୋ, ୨୦/୩: ବିଶ୍ୱପଖଳ ଦିଵସ କୁ ବଡ ଧୁମ୍ ଧାମ ରେ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିଜୟାନନ୍ଦ ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନାଜିତ ରାଉତ, ଉପ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରିଣୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରିଣୀ, ଜିଲ୍ଲା କ୍ରୀଡା ଅଧିକାରିଣୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲାର ସମସ୍ତ ଡେପୁଟୀ କଲେକ୍ଟର, ସହ କଲେକ୍ଟରଙ୍କ ସହିତ ଜିଲ୍ଲା ର ଅନେକ ଅଧିକାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅଭିନେତା ରୁଷି ପଟ୍ଟନାୟକ ଉପସ୍ଥିତ ଥିଲେ। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପଖାଳ ପରବ ରେ ପ୍ରାୟ ୧୮ରୁ ଉର୍ଦ୍ଧ ଓଡିଆ ଖାଦ୍ୟ କଂଶା ଥାଳି ଓ କଦଳୀ ପତ୍ରରେ ପରସା ଯାଇଥିଲା। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ସତ୍ୟଭାମା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
