ବ୍ୟୁରୋ,୩/୯: ହାତରେ ଡ୍ରେନ୍ ସଫା କରି ଚର୍ଚ୍ଚାରେ ନୂଆପଡା ଜିଲ୍ଲା ସିନାପାଲି ବିଡ଼ିଓ କାର୍ମି ଓରାମ। ଡ୍ରେନ୍ ସଫା କରିବା ସମୟରେ ସାଧାରଣ ଜନତାଙ୍କ ସହ କର୍ମଚାରୀମାନେ ବିନା ସୁରକ୍ଷା ରେ ଖାଲି ହାତରେ ଡ୍ରେନ୍ ମଇଳା ସଫା ନ କରିବାକୁ ବିଡ଼ିଓଙ୍କୁ କହିଥିଲେ। କିନ୍ତୁ ବିଡ଼ିଓ ହାତରେ ଡ୍ରେନ୍ ରୁ ଅଳିଆ କାଢି ଲୋକ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ସୂଚନା ମୁତାବକ ସୋମବାର ନାପାଲି ପଞ୍ଚାୟତରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିଡିଓ କାର୍ମି ଓରାମ ଆସିଥିଲେ। ସେଠାରେ ଡ୍ରେନ୍ ଗୁଡିକ ସଫା ହେଉନଥିବାରୁ ପାଣି ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଥିଲା। ଏହା ଶୁଣିବା ପରେ ବିଡିଓ ଓରାମ ଘଟଣା ସ୍ଥଳକୁ ଯାଇ ସମସ୍ୟା ନିଜ ଆଖିରେ ଦେଖିଥିଲେ। ସଙ୍ଗେ ସଙ୍ଗେ ନିଜ ହାତରେ ଡ୍ରେନ୍ ରୁ ଅଳିଆ କାଢ଼ିଥିଲେ। ପାଖରେ ଥିବା ଅନ୍ୟ ଅଧିକାରୀ ମାନେ ବିଡ଼ିଓ ଙ୍କୁ ହାତରେ ଅଳିଆ ସଫା କରିବାକୁ ମନା କରିଥିଲେ କିନ୍ତୁ ସେ କାହାରି କଥା ଶୁଣି ନଥିଲେ। ବିଡ଼ିଓଙ୍କ ଏହି କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।