ଜଟଣୀ,୫/୯: ପବିତ୍ର ଗୁରୁ ଦିବସ ଅବସରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ଭୁବନେଶ୍ୱର ରେଡକ୍ରସ୍ ସୋସାଇଟିର ସହଯୋଗରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ SDI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ଭୌମିକ ଉଦଘାଟନ କରିଥିଲେ । ଶ୍ରୀଭୌମିକ ତାଙ୍କ ଅଭିଭାଷଣରେ କହିଥିଲେ ଶିକ୍ଷକମାନେ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହିଁ ବରଂ ମାନବ ସେବା ପାଇଁ ପ୍ରେରଣା ମଧ୍ୟ ଦିଅନ୍ତି। ଏହି କାର୍ଯ୍ୟକ୍ରମରେ SDI ର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ , ପ୍ରଶିକ୍ଷକ ଏବଂ ଅଧିକାରୀମାନେ ରକ୍ତ ଦାନ କରିଥିଲେ।