ଦ୍ଵିତୀୟା ଓଷା ବା ଦ୍ବିତୀବାହନ ଓଷା ଓଡିଶାର ଏକ ପାରମ୍ପରିକ ପର୍ବ । ଦ୍ଵିତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ ବୋଲି ବିଶ୍ୱାସ ରହିଛି । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା (ଦୂତିୟା ଓଷା) ପାଳନ କରାଯାଏ । ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା କରିଥାନ୍ତି । ପରମ୍ପରା ଅନୁଯାୟୀ ଦ୍ଵିତୀୟା ଓଷା ପର ଦିନ କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ବୋଇତାଳୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼, ଭଣ୍ଡା ଆଦି ପନିପରିବା ପଡ଼ି ଘାଣ୍ଟ ହୋଇ ଭୋଗ ହୋଇଥାଏ।

Leave a Reply

Your email address will not be published. Required fields are marked *