ଖୋର୍ଦ୍ଧା, ୭/୩:  ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ୍ ଅଧିନ ମୁଣ୍ଡମୁହାଁଣ ଗ୍ରାମର ବାବା ଗ୍ରାମେଶ୍ଵର ଦେବଙ୍କ ଦୋଳ ଜମାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏ ବର୍ଷ ବହୁ ଆଡମ୍ବର ପୂର୍ଣ୍ଣ ଭାବରେ ଜମାଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ନେଇ ପୂର୍ବରୁ ଗ୍ରାମେଶ୍ଵର ଦେବଙ୍କ ମେଳଣ ପଡିଆ ସଫା ସୁତୁରା କରାଯିବା ସହ ଟେଣ୍ଡ୍ ବନ୍ଧା, ଦୋକାନ ଘର, ଯାତ୍ରା ପେଣ୍ଡାଲ ଓ ଭଜନ ପେଣ୍ଡାଲ ସହ ପାକିଂ ସ୍ଥଳ, ଭକ୍ତଙ୍କ ଗମନାଗମନ ସୁବିଧା, ସୁସଜ୍ଜିତ ଆଲୋକ ବ୍ୟବସ୍ଥା କରାଯାଇଥିଲା ।

ଆଖ ପାଖ ବିଭିନ୍ନ ଗ୍ରାମ ନପୁଟ,ମହୁରା,ତମାଣ୍ଡୋ, ସମେତ ବହୁ ଅଞ୍ଚଳର ଠାକୁର ସୁସଜ୍ଜିତ ଦୋଳ ବିମାନରେ ମେଳଣ ପଡିଆ କୁ ଆସିଥିଲେ। ସ୍ଥାନପତି ଗ୍ରାମେଶ୍ଵର ଦେବ ସୁସଜ୍ଜିତ ବିମାନରେ ବିଜେ କରି ଭକ୍ତଙ୍କ ଗହଳିରେ ଶିଘଂବାଦ୍ୟ, ଘୋଡା ନାଚ, ଅଘୋରି ଲୋକ ନୃତ୍ୟ ବାଣ ରୋସାଣି ରେ ଗ୍ରାମ ପରିକ୍ରମା କରି ମେଳଣ ପଡ଼ିଆରେ ପହଁଞ୍ଚିଥିଲେ । ଏହା ପରେ ଅପେରା ଯାଜ୍ଞସେନୀର ନାଟକ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *