Advertisement

ଖୋର୍ଦ୍ଧା, ୨୧/୬: ଖୋର୍ଦ୍ଧା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପରିସରରେ,  ପାତଞ୍ଜଳି ଯୋଗ ସମିତି ମିଳିତ ସହଯୋଗରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ସମିତି ଆବାହକ ସୀତାକାନ୍ତ ପଣ୍ଡା, ଯୋଗ ଗୁରୁ ଗୌରାଙ୍ଗ ମଣ୍ଡଳ, ହୁସେନ ମିଶ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ, ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ। ଯୋଗାସାନ ଦ୍ୱାରା ଛାତ୍ର ସମାଜ ଏକ ଶୃଙ୍ଖଳିତ, ସୁନ୍ଦର ନିରୋଗ ଜୀବନ ଲାଭ କରିବା ସହ ଲକ୍ଷ ହାସଲ କରି ପାରିବେ ବୋଲି ମତ ଦେଇଥିଲେ। ସୂର୍ଯ୍ୟ ନମସ୍କାର, ଭ୍ରାମରି, ଅନୁଲୋମ ବିଲମ୍, ସହିତ ବିଭିନ୍ନ ମୁଦ୍ରା ରେ ପିଲାଠାରୁ ବଡ ସମସ୍ତେ ଯୋଗାଭ୍ୟାସ କରିଥିଲେ। ପ୍ରତିଦିନ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତେ ୧୫ମିନିଟ୍ ରୁ ଅଧିକ ସମୟ ଯୋଗାଭ୍ୟାସ କରିବା ଉଚିତ୍ ବୋଲି ଯୋଗ ଗୁରୁ ପରାମର୍ଶ ଦେଇଥିଲେ।  ଏହି ଯୋଗ ଶିବିର ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ମାନେ ଯୋଗ ଦେଇଥିଲେ। ଅନୁଷ୍ଠାନର  ଚେୟାରମ୍ୟାନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟଙ୍କ ଆବାହକରେ ଆୟୋଜିତ ଏହି ଯୋଗ ଦିବସରେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ , ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *