ଜଟଣୀ, ୨୩/୧୨: ଜଟଣୀ ରେଲୱେ ସ୍କୁଲ ପୁରାତନ ଛାତ୍ର ସଂଗଠନ(ରୋଜା)ର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ କହିଥିଲେ ଜଣେ ଭଲନମ୍ବର ରଖିଦେଲେ ଯେ ଜଣେ ଭଲ ବିଦ୍ୟାର୍ଥୀ ହୋଇଯିବ ତା ନୁହେଁ, ନିଜକୁ ଶୃଙ୍ଖଳିତ, ସମୟାନୁବର୍ଷିତା ଉପରେ ଗୁରୁତ୍ବ ଦେଇ ଭଲ ସଂସ୍କାର ପାଇପାରିଲେ ଜଣେ ଉତ୍ତମ ଛାତ୍ର ବା ଛାତ୍ରୀ ଭାବେ ପରିଗଣିତ ହୋଇପାରିବ ।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା କୁମାରୀ ଯୋଗଦେଇ ନିଜର ବକ୍ତବ୍ୟ ରଖୁଥିଲେ । ରୋଜାର ସାଧାରଣ ସଂପାଦିକା ପ୍ରଣତି ସ୍ଵାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ମରଣିକା ‘ଆମ ସ୍କୁଲ’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ୫୦ ବର୍ଷ ପୂର୍ବେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ୧୯୭୫ ମସିହା ବ୍ୟାଚ୍‌ର ପୁରାତନ ବିଦ୍ୟାର୍ଥୀଙ୍କୁ ଏଥିରେ ସମ୍ବନ୍ଧିତ କରାଯାଇଥିଲା । ଯୋଗଦେଇଥିବା ୧୯୫୮ ବ୍ୟାଚ୍‌ର ୮୪ ବର୍ଷ ବୟସରେ ପଦାର୍ପଣ କରିଥିବା ଦୁଇ ପୁରାତନ ଛାତ୍ର ଭରତଚନ୍ଦ୍ର ରାଉତରାୟ ଓ ନଗେନ୍ଦ୍ର ଷଡ଼ଙ୍ଗୀଙ୍କୁ ସମ୍ମାନୀତ କରାଯାଇଥିଲା ।

ସ୍କୁଲର ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବନ୍ଧିତ କରାଯାଇଥିଲା ରୋଜା ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରୋଜାର ପୁରାତନ ଛାତ୍ର ରଞ୍ଜିତ ଦାସଙ୍କ ସଂଯୋଜନାରେ ଉତ୍ସବ ପରିଚାଳିତ ହୋଇଥିଲା । ରାଧାମୋହନ ପଟ୍ଟନାୟକ, ଅଶୋକ ଦାସ, ବିନୋଦ ମିଶ୍ର, ଡ.ଗୌରୀ ପ୍ରସାଦ ସିଂ, ଡାକ୍ତର ସଞ୍ଜୟ ଦାସ, ଅରୁଣ କୁମାର ମହାନ୍ତି, ସୁବ୍ରତ ପଣ୍ଡା, ପ୍ରଦୀପ୍ତ ପଟ୍ଟନାୟକ, ମନୋଜ ବିଶ୍ଵାଳ, ଡ.ତପନ ମିଶ୍ର, ସୁନୀଲ ପାଢ଼ୀ, ଆଲତାଫ, ଅରୁଣଶ ପଣ୍ଡା, କାକୋଲି ମୁନ୍ସୀ, ସୁମିତ୍ରା ପ୍ରଧାନ, ଶୁଭେନ୍ଦୁ ମିଶ୍ରଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *