ଜଟଣୀ, ୨୨/୨: ଜଟଣୀ କଲେଜ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ “ଆନ୍ତର୍ଜାତିକ ମାତୃଭାଷା ଦିବସ” ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥିଲା। ବିଦ୍ୟାଳୟର ଶିଶୁମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ସ୍ଥାନୀୟ ଜଟଣୀ କଲେଜ୍ ଠାରେ ଆୟୋଜିତ ହୋଇଥିଲା ।

ଏହା ସହିତ ଏକକ ଅଭିନୟ, ଢଗଢମାଳିଆ, ଲୋକଗୀତ, କବିତା ଆବୃତ୍ତି, ଆଶୁଭାଷଣ ଇତ୍ୟାଦି  ବିଦ୍ୟାଳୟ ପରିସରରେ ପରିବେଷଣ  ହୋଇଥିଲା । ଶିଶୁମାନେ ପ୍ଲାଗ୍ କାର୍ଡ ଧରି ଶୋଭାଯାତ୍ରାରେ ମାତୃଭାଷା ଦିବସ ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ନବୀନ କୁମାର ସେନାପତିଙ୍କ ସମେତ ଆଚାର୍ଯ୍ୟ, ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *