ଜଟଣୀ, ୨୭/୩: ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ଆଜି ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର କଳାକାର ମାନଙ୍କୁ ନେଇ ଏକ ସାଂସ୍କୃତିକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ୲ ଇନ୍ଦ୍ରଧନୁ ଥିଏଟର ପ୍ରାଙ୍ଗଣରେରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଏହି ପଦଯାତ୍ରାକୁ ସମାଜସେବୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପ୍ରଦୋଷ ଜେନା ଏବଂ ଅନୁଷ୍ଠାନର ସଦସ୍ୟ ଜ୍ଞାନେନ୍ଦ୍ର କୁମାର ସେନାପତି, କିରିଟୀ ସାମନ୍ତରାୟ , ବରିଷ୍ଠ କଳାକାର ରବି ରାୟ, ମହେନ୍ଦ୍ର ପଟ୍ଟନାୟକ ଏବଂ ଇନ୍ଦ୍ରଧନୁର ପ୍ରତିଷ୍ଠାତା ନାଟ୍ଯକାର ତଥା ନିର୍ଦ୍ଦେଶକ ଶ୍ରୀବତ୍ସ ମହାନ୍ତି ଉଦଘାଟନ କରିଥିଲେ ୲ କଳାକାରମାନେ ବିଶ୍ଵ ନାଟ୍ୟ ଦିବସର ପ୍ଳା କାର୍ଡ ଏବଂ ବ୍ୟାନର୍ ଧରି ବିଭିନ୍ନ ପ୍ରକାର ବେଶରେ ସୁସଜ୍ଜିତ ହୋଇ ସାଂସ୍କୃତିକ ପଦଯାତ୍ରା କରି ଥିଏଟର, ମଞ୍ଚ ନାଟକ ସମ୍ବନ୍ଧରେ ଲୋକ ମାନଙ୍କୁ ସଚେତନ କରିବା ସହିତ ପୁନର୍ବାର କିଭଳି ଦର୍ଶକମାନେ ଟିକଟ କାଟି ମଞ୍ଚନାଟକ ତଥା ଥିଏଟର ପ୍ରତି ଆଗ୍ରହୀ ହେବେ ସେଥିପାଇଁ ନିବେଦନ କରିଥିଲେ ୲ ସାମ୍ବାଦିକ ସୁରେଶ କୁମାର ପ୍ରଧାନ ଙ୍କ ସହ ଡ୍ରାମା ନିର୍ଦ୍ଧେଶକ ସତ୍ୟବାଦୀ ସ୍ବାଇଁ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *