ବ୍ୟୁରୋ,୨୪/୦୮: ଚିଲିକାରେ ମାଡି ଆସିଲା ଭୟଙ୍କର ପଵନ। ଫଳରେ ଚିଲିକା ମଝିରେ ବୁଡ଼ିଗଲା ମାଛ ଧରା ଡ଼ଙ୍ଗା । ଡ଼ଙ୍ଗା  ବୁଡି ଯିବାରୁ ଅକାତ କାତ ପାଣିରେ  ଭାସିଗଲେ  ଦୁଇ  ମସ୍ୟଜୀବୀ। ଦୁଇ  ମସ୍ୟଜୀବୀ ଭାସି ଯାଉଥିବା ବେଳେ ତାଙ୍କ ଚିତ୍କାର ଶୁଣି ଅନ୍ୟ ଡ଼ଙ୍ଗା ରେ ଥିବା ମସ୍ୟଜୀବୀ  ଉଦ୍ଧାର କରିବାକୁ ପହଞ୍ଚି ଥିଲେ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ଗଭୀର ପାଣିରୁ  ଦୁଇ ମସ୍ୟଜୀବୀଙ୍କୁ ଉଦ୍ଧାର  କରିବାରେ ସମର୍ଥ ହୋଇଥିଲେ ଅନ୍ୟ ମସ୍ୟଜୀବୀ। ପାଣିରୁ ଉଦ୍ଧାର ହୋଇଥିବା ଦୁଇ ଜଣଙ୍କର ଘର  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମାନସିଂପୁର ଗ୍ରାମରେ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *