ବ୍ୟୁରୋ, ୦୪/୦୧: କଟକ CRRI ଥାନା ଇନ୍ସପେକ୍ଟର ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ବ୍ୟବସାୟକୁ ସୁଗମ କରିବା ପାଇଁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍। ତଦନ୍ତ ଓ ତଲାସୀ ସମୟରେ ୫ ଲକ୍ଷ ଟଙ୍କା ନଗଦ ଟଙ୍କା ମିଳିଥିବା ସୂଚନା ଦେଇଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗରେ ବିଜୟଙ୍କୁ ଗିରଫ କରିଛି ଭିଜିଲାନ୍ସ।
