ଜଟଣୀ,୧୧/୦୮: ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଓଭର ବ୍ରିଜ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ଅଶୋକ ମଲିକ। ସୂଚନା ମୁତାବକ ଆଜି ସକାଳୁ ଅଶୋକ ନିଜ ବନ୍ଧୁ ଘରୁ ସ୍ତ୍ରୀ ଓ ପୁଅ ଙ୍କୁ ବାଇକରେ ବସାଇ ଘରକୁ ଫେରୁଥିବା ସମୟରେ ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଠାରେ ନିର୍ମାଣ ଚାଲିଥିବା ଓଭର ବ୍ରିଜ ନିକଟରେ, ଏକ ଆଳୁ ବୋଝେଇ ଟ୍ରକ ବାଇକ କୁ ପଛରୁ ଧକ୍କା ଦେବାରୁ ଅଶୋକ ତଳେ ପଡିଯାଇଥିଲେ। ଅଶୋକ ଓ ତାଙ୍କ ସ୍ତ୍ରୀ ଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍ସ ପଠାଇଥିଲା। ଡାକ୍ତର ସେଠାରେ ଅଶୋକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅଶୋକଙ୍କ ସ୍ତ୍ରୀଙ୍କ ଗୋଡ଼ରେ ଗଭୀତ କ୍ଷତ ହୋଇଥିବା ବେଳେ ପୁଅ ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଇନଫୋ ଭ୍ୟାଲି ପୋଲିସ ଘଟଣା ସ୍ଥଳରୁ ଟ୍ରକ ଏବଂ ବାଇକ ଜବତ କରି ତଦନ୍ତ ଚଳାଇଛି।