ଜଟଣୀ, ୨୦/୧୨: ଜଟଣୀ ଷଣ୍ଢପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷା ଜ୍ୟୋସ୍ନା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଚପିସିଏଲ ର ପ୍ଲାଣ୍ଟ ମ୍ୟାନେଜର ଅନିଶ ରଞ୍ଜନ ଦେବ, ମୁଖ୍ୟବକ୍ତା ଭାବେ ନାଇଜର ର ସହକାରୀ ପ୍ରଫେସର ଡ଼ ତପନ ମିଶ୍ର, ଅନ୍ୟତମ ଅତିଥି ଭାବେ ଜଟଣୀ ତହସିଲଦାର ଶିବାଶିଷ ପରିଡ଼ା ଯୋଗଦେଇଥିଲେ।

ମୁଖ୍ୟବକ୍ତା ଶ୍ରୀ ମିଶ୍ର ପିଲାମାନଙ୍କୁ କହିଥିଲେ ସବୁବେଳେ ନମ୍ର ହୁଅ, ଗୁରୁ ମାନଙ୍କୁ ଭକ୍ତି କର, ଯେଉଁଠି ବି ଗୁରୁଙ୍କୁ ଦେଖୁଛ ପ୍ରାଣମ କରି ଗୁରୁଙ୍କ ଆଶ୍ରିବାଦ ନିଅ ଜୀବନରେ ସଫଳ ହେବ। ମୁଖ୍ୟବକ୍ତା ଶ୍ରୀ ବେଉରା କଇଁଛ ଠେକୁଆ ର କାହାଣୀ ର ଉଦାହରଣ ଦେଇ କହିଥିଲେ ଜୀବନରେ ସଫଳତା ପାଇବା ପାଇଁ ସବୁବେଳେ ଚେଷ୍ଟା ଜାରୀ ରଖିବା ଉଚିତ।  ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।

ଶେଷରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷୟିତ୍ରୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ସୁମିତ୍ରା ସାବତ, ଅନ୍ନଦା ଜସ୍ମିନ, ଶୁଭସୀମା ପାଣିଗ୍ରାହୀ, ନିରୁପମା ପ୍ରଧାନ, ସ୍ବାଗତିକା ତରାଇ, ଜ୍ୟୋସ୍ମମୟୀ ବିଶ୍ବାଳ, ମିନତୀ ମହାପାତ୍ର, ବିଷ୍ଣୁପ୍ରିୟା ବଳିଆର ସିଂ, ପୁଣ୍ୟପ୍ରଭା ରଥ, ସ୍ମିତା ସୁରଦର୍ଶିନୀ, ସୁକୁମତୀ ୟୁ, ବର୍ଷା ପ୍ରିୟଦର୍ଶିନୀ, ଅନନ୍ୟା ରଥ, ଦୁଃସାଶନ ଲେଙ୍କା, ବିଶାଖା ନାୟକ, ଆଶୁତୋଷ ଦାସ, ଦୀପ୍ତିମୟୀ ପାତ୍ର, ହରେକୃଷ୍ଣ ମହାପାତ୍ର, ଅମ୍ବିକା ତିର୍କେ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *