ଜଟଣୀ, ୭/୨: ଜଟଣୀ ମହାବିଦ୍ୟାଳୟରେ ଆଜି ଶିକ୍ଷା ବିଭାଗ ତରଫରୁ “ନୂତନ ଶିକ୍ଷାନୀତି ୨୦୨୦ର ପ୍ରୟୋଗ – ସୁଯୋଗ ଏବଂ ସମସ୍ୟା” ଶିର୍ଷକରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵପ୍ନ ମଲ୍ଲିକ ଉଦଘାଟନ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ଡ. ରମାକାନ୍ତ ମହାଲିକ ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀମାନେ କିପରି ଏହାର ସୁଯୋଗକୁ ସଦୁପଯୋଗ କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ । ବିଭାଗର ପୂର୍ବତନ ଅଧ୍ୟାପିକା ଡ. କଳ୍ପନା କୁମାରୀ ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପରିମିତା ପ୍ରହରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁପ୍ରଭା ସାହୁ ପାଠଚକ୍ର ବିଷୟ ଭିତିକ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଓ ପରିଶେଷରେ ଅଧ୍ୟାପିକା ଭାଗ୍ୟଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *