ଜଟଣୀ,୧୬/୦୮: ଜଟଣୀ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ସିଭିଲ୍ ଡିଫେନ୍ସ କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପେରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ସମ୍ବୋଧନ କରି, ଶ୍ରୀ ତ୍ରିପାଠୀ ସ୍ୱାଧୀନତା ସେନାନୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ ଓ ଭାରତୀୟ ରେଳ ଦେଶର ବିକାଶ, ସଂଯୋଗ ଓ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ।