ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ ଅଧିନ କୁଦିଆରୀ ଗ୍ରାମର ପ୍ରଭୁ ଶ୍ରୀ ପତିତପାବନ ଦେବ ଓ ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ୪୨ତମ ଦଶଦୋଳ ମେଲଣ, ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୭ତାରିଖରେ ସରିବ। ଆସନ୍ତା କାଲି ଜମାଣ ରାତିରେ ପ୍ରଭୁ ଶ୍ରୀ ପତିତପାବନ ଦେବ ଓ ଶ୍ରୀ ଚନ୍ଦ୍ରଶେଖର ଦେବ ମନ୍ଦିରରୁ ପ୍ରାୟ ରାତ୍ର୧୨ ଟା ସମୟରେ ମନ୍ଦିରରୁ ବାହାରି ଭକ୍ତ ମେଳରେ ଭୋଗ ଖାଇ, ବିଭିନ୍ନ ପାରମ୍ପରିକ ବାଦ୍ୟ , ଘୋଡା ନାଚ, ନାଗା ନାଚ ସହ ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ମେଲଣ ପଡିଆକୁ ବିଜେ କରିବେ।

ଏହି ମେଳଣକୁ ଜଟଣୀ ଆଖ ପାଖ ଗ୍ରାମର ୪୦ଟି ଦୋଳ ବିମାନ ଆସିବେ ବୋଲି କହିଛନ୍ତି ମେଲଣ କମିଟିର ସଭାପତି ସୁଦର୍ଶନ ସୁନ୍ଦରାୟ। ଜମିଲା ରାତିରେ ମନ୍ଦିରରୁ ମେଲଣ ପଡିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ମେଲୋଡି ଓ ଭଜନ ସମାରୋହ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଛନ୍ତି କମିଟିର ସମ୍ପାଦକ ଲୁସେନ ରାୟ।