ଜଟଣୀ, ୩୧/୦୮: ଜଟଣୀ ରାମଚଦ୍ରପୁର ସ୍ଥିତ ୱେଲକମ ଗେଷ୍ଟ ହାଉସ ହଲରେ ଜଟଣୀ ପୌର ପରିଷଦର ୱାର୍ଡ ନଂ – ୮ର ୧ ୯ ନଂ ବୁଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୧୨୫ତମ “ମନ କି ବାତ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଉପସଭାନେତ୍ରୀ ମହିଳା ମୋର୍ଚ୍ଚା ରଶ୍ମିମୟୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀରାୟ ୧୨୫ତମ “ମନ କି ବାତ ” କାର୍ଯ୍ୟକ୍ରମର ସାରତତ୍ୱ ବିଷୟରେ ଉପସ୍ଥିତ ବ୍ୟକ୍ତିଙ୍କୁ ବୁଝାଇଥିଲେ। ଜଟଣୀ ନଗରମଣ୍ଡଳ ସଭାପତି ତିରୁପତି ଶତପଥି, ସାଂସଦ ପ୍ରତିନିଧି ତଥା ସତୀଶ ଶର୍ମା, ମଣ୍ଡଳ ପ୍ରତିନିଧି ରବି ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦିକା ବାସନ୍ତୀ ନାୟକ ଓ ପୂର୍ବତନ ମହିଳା ମୋର୍ଚ୍ଚା ରୀନା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *