ଜଟଣୀ,୩/୪: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ପୁର୍ବାହ୍ନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ  ଉତ୍ସବ ସହି ଶିଶୁବାଟିକାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ନୋଟରୀ ଅବନୀ କୁମାର ରାଉତରାୟ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ସ୍କୁଲରେ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ମାଆ ମାନଙ୍କୁ ସ୍ବାଗତ ଜଣାଇବା ସହିତ ପିଲା ମାନଙ୍କୁ ସିଲଟରେ ଖଡି ଛୁଆଁଇଥିଲେ ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଏକ ଆଦର୍ଶ ଓ ପରୋପକାରୀ ନାଗରିକ ହୋଇ ବିଦ୍ୟାଳୟର ସୁନାମ ଅର୍ଜନ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ମାଆ ମାନଙ୍କ ସହଯୋଗ କାମନା କରିଥିଲେ । ଏହି କାଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷୟତ୍ରୀ ଟୁଲୁଦେଇ ଶିକ୍ଷକ କୃଷ୍ଣଚନ୍ଦ୍ର ମହାଭୋଇ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସାଗରିକା ପ୍ରଧାନ, କମିଟି ସଦସ୍ୟ ଜଗମୋହନ ପଟ୍ଟନାୟକ, ମାନିନୀ ବାଘ, ଉର୍ମିଳା ମୁଦୁଲି,କୈଳାଶ ଚନ୍ଦ୍ର ଜେନା, ପୁଷ୍ପଲତା ଦାଶ ପ୍ରମୁଖ ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *