ଜଟଣୀ,୧୭/୯: ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଆଜି ଜଟଣୀ ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟିତ କରିଛନ୍ତି। ଏହା ସହ ସବୁଜ ପତାକା ଦେଖାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି କୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ତରାବୋଇରେ ନୂତନ ପାସେଞ୍ଜର ହଲ୍ଟକୁ ଉଦଘାଟନ କରି ସେ ବହୁତ ଖୁସି । ଏହା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବହୁତ ଲାଭ ପ୍ରଦାନ କରିବା ସହ IIT ଭୁବନେଶ୍ୱର, NISER ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ସେବା ଯୋଗାଇବ ।
ଜାନୁଆରୀ ୨୦୨୫ ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର ୨୦୨୫ ରେ ₹୮୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ଅଞ୍ଚଳର ପାଞ୍ଚରୁ ଅଧିକ ଗ୍ରାମ ପଞ୍ଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲ୍ଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି।

ବର୍ତ୍ତମାନ ଚାରି ଯୋଡ଼ା ଟ୍ରେନ୍ 68443/68444 ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, 68429/68430 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, 18423/18424 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 68449/68450 ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ଆଜିଠାରୁ ରହଣି ପ୍ରଦାନ କରିବ ।
ତରାବୋଇରୁ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଗୁଡିକ ଯଥା 68443 ଭଦ୍ରକ ଦଶପଲ୍ଲା ମେମୁ ତରାବୋଇ ଠାରେ ପୂର୍ବାହ୍ନ 09ଘ.18 ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.19 ମି.ରେ ଛାଡିବ; 68429 ଭୁବନେଶ୍ୱର-ଦଶପଲ୍ଲା ମେମୁ ପୂର୍ବାହ୍ନ 10ଘ.19 ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.20 ମି.ରେରେ ଛାଡିବ; 18423 ଭୁବନେଶ୍ୱର-ଦଶପଲ୍ଲା ଏକ୍ସପ୍ରେସ ସନ୍ଧ୍ୟା 7 ଘଟିକାରେ ପହଞ୍ଚି ସନ୍ଧ୍ୟା 7 ଘ.02 ମି.ରେ ଛାଡିବ ଏବଂ 68449 ପୁରୀ-ଦଶପଲ୍ଲା ମେମୁ ସନ୍ଧ୍ୟା 7 ଘ.25 ମି.ରେ ପହଞ୍ଚି ସନ୍ଧ୍ୟା 7 ଘ.26 ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ସେହିପରି, ତରାବୋଇରୁ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଯଥା 18424 ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ତରାବୋଇ ଠାରେ ସକାଳ 7 ଘ.55 ମି.ରେ ପହଞ୍ଚି ସକାଳ 7 ଘ.56 ମି.ରେ ଛାଡିବ; 68450 ଦଶପଲ୍ଲା-ପୁରୀ ମେମୁ ସକାଳ 8ଘ. 18ମି.ରେ ପହଞ୍ଚି ସକାଳ 8ଘ. 20ମି.ରେ ଛାଡିବ; 68430 ଦଶପଲ୍ଲା-ଭୁବନେଶ୍ୱର ମେମୁ ସନ୍ଧ୍ୟା 5ଘ.25ମି.ରେ ପହଞ୍ଚି ସନ୍ଧ୍ୟା 5ଘ.26ମି.ରେ ଛାଡିବ ଏବଂ 68444 ଦଶପଲ୍ଲା-ଭଦ୍ରକ ମେମୁ ସନ୍ଧ୍ୟା 6ଘ.08ମି.ରେ ପହଞ୍ଚି ସନ୍ଧ୍ୟା 6ଘ.09ମି.ରେ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଯାତ୍ରା କରିବ ।
