ଜଟଣୀ,୫/୯: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଜଟଣୀ ୟୁଥ୍ ଫେଡେରେସନ୍’ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ନବମ ଯୁବ ସମ୍ମାନ ଉତ୍ସବ-୨୦୨୫ ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଅନୁଷ୍ଠାନର କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି। ଉତ୍ସବରେ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂ, ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ମନମୋହନ ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ ।ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଚିତ୍ତରଞ୍ଜନ ପ୍ରଧାନ, ସମାଜସେବୀ, ଦୀପକ କୁମାର ମହାକୁଡ଼, ପ୍ରମୋଦ କୁମାର ହରିଚନ୍ଦନ, ଜଟଣୀ ଥାନାଧିକାରୀ ଷ୍ଟାଲିନ୍ ବିଶ୍ୱାଳ,  ସିବିଏସ୍‌ସି ଟପ୍ସର- ପ୍ରତୀକ ସାହୁ, ସିବିଏସ୍‌ସି ଟପ୍ସର- ରୋନିତ ଅଗ୍ରୱାଲ, ସିବିଏସ୍‌ସି ଟପ୍ସର- ଅର୍ଜିତା ମାର୍ଥା ଙ୍କ ସହ ପିପୁଲ ଫର୍ ସୋସାଇଟି, ମାଆ ଖଣ୍ଡୁଆଳୀ ଯୋଗ ସମିତି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଯୁବ ସମ୍ମାନରେ ସମ୍ମାନୀତ ଓ ସମ୍ବଦ୍ଧିତ କରାଯାଇଥିଲା ।

ଶେଷରେ ରଙ୍ଗାରଙ୍ଗ ମନୋରଂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୁଧାଂଶୁ ଶେଖର ସାହୁ, ମିହିରକାନ୍ତ କୋଠାରି, ପ୍ରକାଶ ପାଟଶାଣୀ, ବୁଲୁ ମହାନ୍ତି, ଚିନ୍ମୟ ରଣା, ଶିଵ ପ୍ରସାଦ ମହାପାତ୍ର, ପ୍ରସନ୍ନ ପଟଶାଣୀ, ଦୀପକ ଜେନା, ଦିଲୁ ଶତପଥୀ, ଦିଲ୍ଲୀପ ସାହୁ, ଶକ୍ତିଧର ମହାପାତ୍ର, ରବିନ୍ଦ୍ରନାଥ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *