Advertisement

ଜଟଣୀ: 26 ତାରିଖରୁ “ଆଶ୍ରୟ ଇଣ୍ଡୋର ଷ୍ଟାଡିୟମ” ପରିସରରେ ଆରମ୍ଭ ହୋଇଥିବା ଅଲ ଓଡିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ  ଓଡିଶାର ବିଭିନ୍ନ ଜିଲ୍ଲାର 134 ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ।

ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଓ ଅର୍ଥ ରାଶି ପୁରସ୍କାର ଦିଆଯାଇଥିଲା।  ଓଡିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ସହାୟତାରେ ଖୋର୍ଦ୍ଧା ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। 

ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ବଡ଼ମିଣ୍ଟନ ଅସୋସିଆସନ କାର୍ଯ୍ୟକାରୀ ସଭାପତି ମିହିର କୁମାର ରାୟ , ଉପ ସଭାପତି ପ୍ରଦୀପ ପଟ୍ଟନାୟକ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ସୌଭାଗ୍ୟ ଜଗଦେବ, ରସିକ ପଟେଲ, ଅବଦୁଲ ହାକିମ, ବସନ୍ତ ବେହେରା, ସୁନୀଲ ପାଢ଼ୀ, ପୃଥ୍ୱୀରାଜ ଦାସ, ଡ଼. ବେଣୁଧର ଦାସ ଏବଂ ଦିପୁ ପଟ୍ଟନାୟକ ପ୍ରମୁଖ ଟୁଣ୍ଣାମେଣ୍ଟ  ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *