ବ୍ୟୁରୋ, ୨୭/୬: ଖୋର୍ଦ୍ଧା ଜିଲ୍ଲା ଅଧିନ  ଟାଙ୍ଗୀ , କୁହୁଡ଼ି  ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ।

ଟାଙ୍ଗୀ ସଦରମହକୁମାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଠାକୁର ରାଜା ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଆଦ୍ୟ ସେବକ ଭାରତ ଭୂଷଣ ଜଗଦ୍ଦେବ ରଥରେ ଛେରାପହଁରା ସେବା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି କୁହୁଡ଼ି-ରତନପୁର ଗ୍ରାମ ନିକଟସ୍ଥ  ତାଳଢ଼ିହ ଗ୍ରାମର ଛୋଟ- ଛୋଟ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା କୁନି ରଥରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଜୟ ଜଗନ୍ନାଥ ଧ୍ୱନି ସାଙ୍ଗକୁ ଘଣ୍ଟ-ଘଣ୍ଟା , କାହାଳୀ , ଝାଞ୍ଜ-କୀର୍ତ୍ତନ ଓ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଥିଲା ଟାଙ୍ଗୀ ଅଞ୍ଚଳ । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *