ବ୍ୟୁରୋ, ୨୧/୮: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକ ନିକଟରୁ ୧୦ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି। ଏକ ପିକ ଅପ୍ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ବସ୍ତା ଗଜପତି ଜିଲ୍ଲା ରୁ ପୁରୀ ଯାଉଥିବା ଖବର ପାଇ  ଖୋର୍ଦ୍ଧା ଅବକାରୀ ବିଭାଗ ଏବଂ ବାଲୁଗାଁ ଅବକାରୀ ବିଭାଗର ଟିମ୍ ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକ ନିକଟରେ ଏକ ପିକ ଅପ୍ ଭ୍ୟାନ କୁ ଅଟକାଇ ତଲାସି କରିବା ସମୟରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା। ଅବକାରୀ ବିଭାଗ ୩୫ଟି ବସ୍ତାରେ ଭର୍ତ୍ତି ହୋଇଥିବା  ୧କୁଇଣ୍ଟାଲ୍ ୫୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଗିରଫ କରାଯାଇଥିବା ଅବକାରୀ ବିଭାଗ ଅଧିକ୍ଷକ ସୁନିତା ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *