ଖୋର୍ଦ୍ଧା,୧୭/୪: ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତି ଅଗ୍ନି ସେବା ସପ୍ତାହ ପାଳନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଅଗ୍ନିଶମ ବାହିନୀର ଅଧିକାରୀ ଗୌତମ ସାମନ୍ତରାୟ, ହାବିଲଦାର ସୁଶାନ୍ତ କୁମାର ସାହୁ, ଅଗ୍ନିଯୋଧା ପରେଶ କୁମାର ପ୍ରଧାନ , ଜିତେନ୍ଦ୍ର ରଣା ଛାତ୍ର, ଛାତ୍ରୀ ମାନଙ୍କୁ  ନିଆଁ ଲାଗିବାର କାରଣ ଓ ନିରାକରଣ ର ଉପାୟ ଗୁଡିକ ଉପରେ ଆଲୋଚନା  କରିଥିଲେ । ଗ୍ୟାସ ସିଲିଣ୍ଡର ତଥା ଅନ୍ୟ କୌଣସି ସ୍ଥାନ ରେ ନିଆଁ ଲାଗିଲେ ତାହାକୁ କିପରି ସହଜରେ ଆୟତ କରିହେବ ସେସମ୍ପର୍କ ରେ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖ ରେ ଗ୍ୟାସ ସିଲିଣ୍ଡର ରେ ଅଗ୍ନି ସଂଯୋଗ କରି ତଥା ଜଳୁଥିବା ନିଆଁକୁ ଆୟତ୍ତ କରିବା ର କୌଶଳ ଦେଖାଇଥିଲେ।  ପିଲାମାନେ ଏହି କୌଶଳ ଅଧିକାରୀ ମାନଙ୍କ ଠାରୁ ଶିଖି ନିଜେ ଜଳୁଥିବା ଗ୍ୟାସ ସିଲିଣ୍ଡର ରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଏନ.ସି.ସି ଛାତ୍ର,ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ବିଭୁପ୍ରସାଦ ପଣ୍ଡା , ଚନ୍ଦ୍ରକାନ୍ତ ଦାସ, ଜଗନ୍ନାଥ ରାଉତ, ଚିନ୍ମୟ ମାର୍ଥା, ଏମ. ଡି. ଖତିବୁଦ୍ଦିନ, ଶିକ୍ଷୟତ୍ରୀ ଚନ୍ଦ୍ରଲେଖା ମିଶ୍ର , ଅନୁପମା ସାହୁ , ପ୍ରିୟଦର୍ଶିନୀ ସାହୁ, ସୌଦାମିନୀ ବାରିକ ତଥା ଶିକ୍ଷା କର୍ମଚାରୀ ସୁଶିଲ କୁମାର ରାଉତ, ନୀଳାମ୍ବର ନାୟକ ଓ ଆଲୋକ ରଣସିଂହ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *