Advertisement

ଛାତି ଉପରେ ମାଡିବସିଲା ବିମ୍ , ଚାଲିଗଲା ଜୀବନ।
ବ୍ୟୁରୋ: ପୁରୁଣା  ପଥର କାନ୍ଥ ଭାଙ୍ଗୁଥିବା ବେଳେ, ମାଡି ବସିଲା ବିମ୍ ଆଉ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୋୖରପରିଷଦ ଅଧିନ ୯ନମ୍ବର ୱାର୍ଡ ଷଣ୍ଢପୁର ଅଞ୍ଚଳରେ।  ଆଜି ସକାଳୁ ବର୍ଷା ଲାଗିରହିଥିବା ବେଳେ, କିଛି ଶ୍ରମିକ ଜଟଣୀ ଷଣ୍ଢପୁର ଅଞ୍ଚଳରେ ଥିବା ସରକାରୀ ଜାଗାରେ, ନିର୍ମାଣ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ଘର ଭାଙ୍ଗିବାକୁ ଯାଇଥିଲେ। ଦିନ ପାଖାପାଖି ୨ଟା ସମୟରେ ଘର କାନ୍ଥ ଭାଙ୍ଗିବା ସମୟରେ ହଟାତ ବିମ୍ ଧସି ଶ୍ରମିକଙ୍କ ଉପରେ ମାଡିବସିଥିଲା।

ବିମ୍ ବହୁତ ଓଜନ ଥିବାରୁ ଅନ୍ୟ ଶ୍ରମିକମାନେ ବିମକୁ ଉଠାଇ ପାରିନଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଜେସିବି ଦ୍ୱାରା ବିମ୍ ଉଠାଯାଇଥିଲା। ପରେ ତାଙ୍କୁ  ଜଟଣୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଧଉଳିମୁହଁ ଗ୍ରାମର ୩୫ ବର୍ଷୀୟ ମୋହନ ମାଝୀ। ଜଟଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *