ବ୍ୟୁରୋ,୧/୯: ମାସିକ ମୂଲ୍ୟବୋଧଭିତ୍ତିକ ପତ୍ରିକା ‘ଆମରିସତ୍ୟ’ର ପଞ୍ଚଦଶ ବାର୍ଷିକ ଉତ୍ସବ ଖୋର୍ଦ୍ଧା ସ୍ୱୟଂଶାସିତ ପ୍ରାଣନାଥ ମହାବିଦ୍ୟାଳୟ ମୈତ୍ରୀଭବନ ପରିସରରେ ଆମରିସତ୍ୟର ସଂପାଦକ ଡ.ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଡ: ପ୍ରମୋଦ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଐତିହାସିକ ସତ୍ୟବାଦୀ ବଳୀୟାରସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଉଦଘାଟନ କରିଥିଲେ।ମୁଖ୍ୟଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସୁଭାଷ ଚନ୍ଦ୍ର ଶତପଥୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଆର୍ଯ୍ୟାବର୍ତ୍ତ ଆନସିଏଣ୍ଟ ଏକାଡେମୀର ଅଧ୍ୟକ୍ଷ ଡ.ଦୀପ୍ତିମୟୀ ମହାନ୍ତି ,ସାଲେପୁର କଲେଜର ପ୍ରାକ୍ତନ ପ୍ରଧ୍ୟାପକ ଡ: ପ୍ରସନ୍ନ କୁମାର ମହାପାତ୍ର, ଡ. ବିଷ୍ଣୁ ଚରଣ ସାହୁ, ଯୋଗଦେଇଥିଲେ। ମୂଲ୍ୟବୋଧ ଭିତ୍ତିକ ପତ୍ରିକାର ଯୁଗେ ଯୁଗେ ଗୁରୁତ୍ୱ ରହି ଆସିଛି ବୋଲି ମୁଖ୍ୟଅତିଥି ଶ୍ରୀ ଶତପଥୀ କହିଥିଲେ । ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଭଲପାଇବା ରହିଲେ ପତ୍ରିକା ବଞ୍ଚିବ ବୋଲି ଅତିଥି କହିଥିଲେ। ଆମରିସତ୍ୟ ପକ୍ଷରୁ ସାହିତ୍ୟ ଗବେଷକ ତ୍ରିଲୋଚନ ମହାପାତ୍ରଙ୍କୁ ‘ଆମରିସତ୍ୟ ସମ୍ମାନ’, ବିଶିଷ୍ଟ ସ୍ତମ୍ଭକାର ଗାଳ୍ପିକ ସୁନୀଲ ବୋଷଙ୍କୁ ‘ଆମରିସତ୍ୟ ସାରସ୍ୱତ ସମ୍ମାନ’ ଓ ସଙ୍ଗୀତଜ୍ଞ ବିଚିତ୍ରାନନ୍ଦ ଶାସମଲଙ୍କୁ ‘ଡା ଧନେଶ୍ୱର ସାହୁ ନାଟ୍ୟ ସମ୍ମାନ’ ପ୍ରଦାନ କରାଯାଉଥିଲା । ଏହି ଅବସରରେ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ‘କୁଳପ୍ରଦୀପ ରଘୁ’ ଓ ଜବାହରଲାଲ ସୁବୁଦ୍ଧିଙ୍କ ‘ଅହିଂସାର ପ୍ରତୀକ ବାପୁ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଆମରିସତ୍ୟ ବିକାଶ ପରିଷଦର ସୁଦର୍ଶନ ମହାପାତ୍ର, ଆଶୀଷ କୁମାର ରାୟ, ଆଦିନାରାୟଣ ଖଣ୍ଡୁଆଳ, ରମାକାନ୍ତ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡ. ଶରଚ୍ଚନ୍ଦ୍ର ମହାପାତ୍ର, ବିଭୁ ପ୍ରସାଦ ହରିଚନ୍ଦନ, ନିଶିକାନ୍ତ କହଲସିଂ, ପଦ୍ମନାଭ ପାଣିଗ୍ରାହୀ, ସମରଜିତ୍ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାରଣା ଅଧ୍ୟାପିକା ସୌଦାମିନୀ ବେହେରା, ଡ ସୁକାନ୍ତି ମହାପାତ୍ର, ଆରତି ସେନ, ପଣ୍ଡିତ କାଶୀନାଥ ଦାସ , ଟି ଅକ୍ଷୟ କୁମାର , ସୁରେଶ ସ୍ୱାଇଁ , କିଶୋର ପାଇକରାୟ , ସୌମ୍ୟ ରଞ୍ଜନ ଦାଶ, ଇତିଶ୍ରୀ ସାହୁ ,ମନୋରମା ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାବିତ୍ ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।