Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ଗ୍ରାମରେ ସେଆ କୃଷି ମହାବିଦ୍ୟାଳୟ ଚତୁର୍ଥ ବର୍ଷ ଛାତ୍ରଙ୍କ ଦ୍ୱାରା ଏକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପ୍ରଣୟ ରାୟ ଓ ଡକ୍ଟର ମୁକେଶ କୁମାର ପାତ୍ରଙ୍କ ପୌରହିତ୍ୟରେ ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ୮୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଯୋଗଦେଇଥିଲେ। ଛାତ୍ରଗୋଷ୍ଠୀ ବି-୬ ପକ୍ଷରୁ ଜୈବିକ ପଦ୍ଧତିରେ କିପରି ପୋକ ପରିଚାଳନା କରାଯାଇପାରିବ ସେହି ବିଷୟରେ ଗ୍ରାମବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଛାତ୍ରମାନେ ଚାଷୀ ମାନଙ୍କୁ ଜୈବିକ ପଦ୍ଧତିରେ ପୋକ ପରିଚାଳନା ଏବଂ ବିଭିନ୍ନ ଜୈବିକ କୀଟନାଶକ ବାବଦରେ ସୂଚନା ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିରର ସଫଳତା ପାଇଁ କୃଷି ମହାବିଦ୍ୟାଳୟ ଡିନ୍ ଡ. ସନ୍ତୋଷ କୁମାର ରାଉତ , ଗ୍ରାମ୍ୟ ସଂଯୋଗୀକରଣ କାର୍ଯ୍ୟକ୍ରମ ଅଧ୍ଯକ୍ଷ ଡ, ଅଂଶୁମାନ ଜେନା ଗ୍ରାମର ସମସ୍ତ ଚାଷୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *