ବ୍ୟୁରୋ: ବିଜେଡି ସରକାରରୁ ଯିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବା ଆଶଙ୍କା ଘେରିଥିଲା ଜନ ସାଧାରଣଙ୍କ ମନରେ । ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ବୋଲି ସବୁଠି ଆଲୋଚନା ହେଉଥିଲା। କିନ୍ତୁ ଆଜି ସ୍ୱାସ୍ଥ୍ୟ ବିଭାଗ ସେଭଳି ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇଛି।

ରାଜ୍ଯରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଥିବା, ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ବିଏସକେୱାଇ ଚାଲୁ ରହିଥିବା ସ୍ବାସ୍ଥ୍ଯ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

Leave a Reply

Your email address will not be published. Required fields are marked *