ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ।

ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା କରୁଥିବା ୫ଜଣିଆ ଗ୍ୟାଙ୍ଗକୁ କାବୁ କରି ସେମାନଙ୍କୁ ଗିରଫ କରିଛି ପୋଲିସ।

ସେମାନଙ୍କ ଠାରୁ ପୋଲିସ  ୫ଟି ଛୁରି, ୨ ପ୍ୟାକେଟ୍ ଲଙ୍କା ଗୁଣ୍ଡ, ୨ଟି ବାଇକ, ୩ଟି ମୋବାଇଲ ଫୋନ୍ ଓ ୧୦ ହଜାର ୫ଶହ ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ରଥୀପୁରର ଏସ. କେ. ରମଜାନ ଓରଫ ରମଜାନି, ଏସ. କେ. ବସିରୁଦ୍ଧିନ୍ ଓରଫ ବାସା , ବାଲିଛକ ମୁଣ୍ଡିଆ ସାହିର ଏସ. କେ. ଫରିଉଦ୍ଧିନ୍ ଓରଫ ଫରିଦ୍ , ବେଣାପଞ୍ଜରୀର ଗ୍ରାମର ଏମ୍ ଡି. ଅକତର ଓରଫ ଆକ୍କା  ଓ ବଡ଼ତୋଟା ମିଶ୍ର ସାହିର ଆନନ୍ଦ ନାୟକ ଓରଫ କାଳୁ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *